
ସମ୍ପୂର୍ଣ କାଳ୍ପନିକ ବିଷୟବସ୍ତୁକୁ ନେଇ ରଚିତ ମୋର ବର୍ତ୍ତମାନର ଗଳ୍ପ "ପ୍ରଥମ ପ୍ରେମର ସ୍ମୃତି" - ବୟସର ସାୟାହ୍ନର ଅବ୍ୟକ୍ତ ଅଭିବ୍ୟକ୍ତି । ପ୍ରେମ କେବଳ ଯୁବାବସ୍ଥାର ଏକ ଉନ୍ମତ୍ତ ଅନୁଭୂତି ନୁହେଁ । ପ୍ରେମ ଏକ ନୈସର୍ଗିକ ଅନୁଚେତନା, ଯାହା ସମସ୍ତଙ୍କ ଜୀବନକୁ ସରସ, ସୁନ୍ଦର କରେ ତା'ର ଅଦୃଶ୍ୟ ସ୍ପର୍ଶରେ । ଏଇ ବିଷୟବସ୍ତୁକୁ ନେଇ ଗଳ୍ପଟି ଗତିଶୀଳ । ଶୁଣିବେ, ନିଶ୍ଚିତ ଭାବେ ଭଲ ଲାଗିବ । ଧନ୍ୟବାଦ ।
Dec 28, 2022
16 min

ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ କରୁଛି "ଦରିଆ ସେପାରିର ବୋହୂ"। ଶ୍ରୋତାଙ୍କ ଧୈର୍ଯ୍ୟକୁ ଲକ୍ଷ୍ୟରେ ରଖି, ଗଳ୍ପଟିକୁ ମୁଁ ଦୁଇଟି episode ମାଧ୍ୟମରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛି। ଆଶା କରୁଛି, ମୋର ଏ ଗଳ୍ପଟି ନିଶ୍ଚୟ ଭଲ ଲାଗିବ। ମତାମତ ଦେଲେ ମୁଁ ଖୁସି ହେବି। ଧନ୍ୟବାଦ।
Dec 14, 2022
31 min

ମା' - ଛୋଟ ଶବ୍ଦଟିଏ । ମମତାର ସୁଗଭୀର ସୀମାହୀନ ସାଗର, ସ୍ନେହର ପ୍ରତିମୂର୍ତ୍ତି, ଦୟାର ଅବତାର - ମା'। ସେଥିପାଇଁ ତ ସେ "ସ୍ୱର୍ଗାଦପି ଗରିୟସୀ"। ସେଇ ମା' ଉଦ୍ଦେଶ୍ଯରେ ସମର୍ପିତ ମୋର ବର୍ତ୍ତମାନର ଏଇ ଅଧ୍ୟାୟ ।
May 9, 2021
9 min

କରୋନାରେ ସାରା ବିଶ୍ୱଟା ଏବେ ଆତଙ୍କିତ । ଆମ ଭାରତର ଅବସ୍ଥା ତ ଅତି ସାଂଘାତିକ । ଏଇ ସମୟରେ ସତର୍କତା ଅବଲମ୍ବନ ଏକମାତ୍ର ପନ୍ଥା । ସାବଧାନ ହୁଅନ୍ତୁ, ପରିବାର ସହ ସୁରକ୍ଷିତ ରହନ୍ତୁ । ଧନ୍ୟବାଦ ।
May 3, 2021
10 min

This is a story in English for my listeners, those who are listening stories of my book "JIBANA JUA" and also for the listeners of other states speaking different languages other than Odia.
Apr 3, 2021
23 min

ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ।
Apr 1, 2021
4 min

ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ୧୧ଟି ଯାକ ଗଳ୍ପ ଶୁଣାଇବା ପରେ, ମୁଁ ଏଇ SEASON - 1 ର ବିରତି ବିଷୟରେ ଆଗରୁ କହିଥିଲି । କିନ୍ତୁ, ମୋର ଏବଂ ମୋର ପ୍ରିୟ ଶ୍ରୋତାମାନଙ୍କ ମଧ୍ୟରେ ୟା' ଭିତରେ ଗଢ଼ିଉଠିଥିବା ସୁସମ୍ପର୍କକୁ ଆଗକୁ ନେଇଯିବାର ଚିନ୍ତା କରି, ମୁଁ ଆପଣମାନଙ୍କ ପାଇଁ ଗଳ୍ପ ବ୍ୟତୀତ ଆଉ କିଛି କରିବାକୁ ଚେଷ୍ଟା କରୁଛି । ଆଶାକରେଁ, ମୋର ଏ ପ୍ରଚେଷ୍ଟା ଆପଣମାନଙ୍କୁ ମନୋରଞନ ଯୋଗାଇବାରେ ସଫଳ ହେବ । ଧନ୍ୟବାଦ ।
Mar 28, 2021
26 min

ଆମ ସମସ୍ତଙ୍କ ଜୀବନରେ ଥରେ ଥରେ ଏମିତି ଘଟଣାସବୁ ଘଟିଯାଏ, ଯାହା ଅନେକ ଦିନ ପର୍ଯ୍ୟନ୍ତ ଭୁଲି ହୁଏନାହିଁ । ମୋ' ଚାକିରି ଜୀବନର ସେମିତି ଏକ ଭୟାନକ ତଥା ଅଭୁଲା ସତ୍ୟ ଘଟଣା ଉପରେ ଆଧାରିତ ମୋର ବର୍ତ୍ତମାନର ଗଳ୍ପ "ମୁଁ ବି ଜଣେ ମାଓବାଦୀ" । ଶୁଣିଲେ ନିଶ୍ଚିତ ଭାବେ ଭଲ ଲାଗିବ ଆଶା । କେମିତି ଲାଗିଲା, ମତାମତ ଦେଇ ଜଣାଇବେ । ଧନ୍ୟବାଦ ।
Mar 22, 2021
40 min

ପାଖାପାଖି ପ୍ରାୟ ବର୍ଷେ ହେଲାଣି, କରୋନା ତା'ର ବିଭୀଷିକା ଜାରି ରଖିଛି । ସାରା ବିଶ୍ୱରେ କୋଡ଼ିଏ ଲକ୍ଷରୁ ବେଶି ଲୋକଙ୍କ ଜୀବନ ନେଇସାରିଲାଣି ସେ । ତାକୁ ନେଇ ସବୁଆଡ଼େ ରାଜନୀତି ବି ଚାଲିଛି । ଆମ ପରିବାରର ସମସ୍ତଙ୍କ ଜୀବନ ରକ୍ଷା ନିମନ୍ତେ, ସତର୍କତା ମୂଳକ ପଦକ୍ଷେପ ନେବା ଆମ ପାଇଁ ନିତାନ୍ତ ଜରୁରୀ । କରୋନା ସମୟରେ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାବଳିକୁ ନେଇ ମୋର ବର୍ତ୍ତମାନର ଛୋଟ ଗଳ୍ପଟିଏ - "ଯମରାଜଙ୍କ ମର୍ତ୍ତ୍ୟଯାତ୍ରା" । ଆଶାକରେଁ, ଶୁଣିଲେ ଆପଣମାନଙ୍କୁ ଭଲ ଲାଗିବ ନିଶ୍ଚୟ । ନିଜ ମତାମତ ଜଣାଇବେ । ଧନ୍ୟବାଦ ।
Mar 16, 2021
18 min

ପରମ୍ପରା ହିଁ ଭାରତୀୟ ମାନଙ୍କର ବିଶେଷ ପରିଚୟ । କିନ୍ତୁ, ଅନୁକରଣ ପ୍ରିୟ ଆମେ ବିଦେଶୀ ଅପସଂସ୍କୃତିକୁ ଯୋଡ଼ି ସେଥିରେ ଆଧୁନିକତାର ରଙ୍ଗ ଦେବାକୁ ଚେଷ୍ଟା କରୁଁ । ଏହାର ସଦ୍ୟତମ ଉଦାହରଣ ହେଉଛି ବଫେ, ଯାହାକୁ ନେଇ ମୋର ଛୋଟ ଗଳ୍ପଟିଏ "ବଫେ" । ଆଶାକରେଁ, ଭଲ ଲାଗିବ ଆପଣମାନଙ୍କୁ । ଧନ୍ୟବାଦ ।
Mar 11, 2021
28 min
Load more
